ଝାଡଖଣ୍ଡ ବିଧାନସଭା ନିର୍ବାଚନ: ମଙ୍ଗଳବାର ୫ମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ

ରାଞ୍ଚି,୨୬।୧୧: ଝାଡଖଣ୍ଡ ବିଧାନସଭାର ୫ମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ମୋଟ ୮୧ ଆସନ ବିଶିଷ୍ଟ ବିଧାନସଭାର ୧୬ଟି ଆସନ ଲାଗି ଶେଷ ପର୍ଯ୍ୟାୟରେ ଡିସେମ୍ବର ୨୦ରେ ମତଦାନ କରାଯିବ। ମଙ୍ଗଳବାରଠାରୁ ପ୍ରତିଦିନ ଦିନ ୧୧ଟାରୁ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ। ଏହା ଡିସେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ଡିସେମ୍ବର ୪ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ସହ ଡିସେମ୍ବର ୬ ସୁଦ୍ଧା ପ୍ରାର୍ଥିପତ୍ର ପତ୍ୟାହର କରାଯିବ ବୋଲି ଚିଫ୍‌ ଇଲକ୍ଟୋରାଲ ଅଫିସର ବିନୟ କୁମାର ଚୌବେ ସୂଚନା ଦେଇଛନ୍ତି। ୧୬ଟି ଆସନ ମଧ୍ୟରେ ୭ଟି ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି।

Share