Categories: ଜାତୀୟ

ଝାଡ଼ଖଣ୍ଡରେ ତ୍ରିଶଙ୍କୁ ସ୍ଥିତି ସମ୍ଭାବନା

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ ଗଣତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ସକାଳ ୮ଟାରୁ ୨୪ ଜିଲା ମୁଖ୍ୟାଳୟରେ ଆରମ୍ଭ ହୋଇଛି। ରାଜ୍ୟରେ ତ୍ରିଶଙ୍କୁ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଭାଜପା ଏବଂ କଂଗ୍ରେସ ମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଛି। ସରକାର ଗଠନ ପାଇଁ କଂଗ୍ରେସ ମେଣ୍ଟ ଏବଂ ଭାଜପା ଛୋଟ ଦଳର ସହାୟତା ନେବାର ସମ୍ଭାବନା ଥିବା କୁହାଯାଉଛି।

Share