Categories: ଜାତୀୟ

ଝାଡ଼ଖଣ୍ଡରେ ଭିଡ଼ହିଂସା ଜଣେ ମୃତ,ଜଣେ ଗୁରୁତର

ରାଞ୍ଚି,୭ା୧୧(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡର ଧାନବାଦରେ ଚୋର ସନ୍ଦେହରେ ଜଣକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରିଦେଇଛନ୍ତି। ଏହି ଭିଡ଼ହିଂସାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୋଲିସ କହିଛି। ମଙ୍ଗଳବାର ରାତିରେ ଗୋବିନ୍ଦପୁର କଲୋନିରେ ଥିବା ସର୍ଭିସ ସେଣ୍ଟରରେ ଏହି ଘଟଣା ଘଟିଛି। ମୁବାରକ ଅନ୍‌ସାରୀ ଓ ଅଖତର ଅନ୍‌ସାରୀ ଏକ ଟ୍ରକ୍‌ରୁ ବ୍ୟାଟେରି ଚୋରି କରିବାକୁ ଉଦ୍ୟମ କରୁଥିଲାବେଳେ ଡ୍ରାଇଭର ଏହାକୁ ଦେଖି ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହେବା ସହ ଦୁଇଜଣଙ୍କୁ ନିଧୂମ୍‌ ପିଟିଥିଲେ। କେହି ଜଣେ ଥାନାକୁ ଫୋନ୍‌ କରିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଖତରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ସେତେବେଳକୁ ମୁବାରକଙ୍କ ମୃତ୍ୟୁ ହୋଇସାରିଥିଲା। ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତ ଜୁନ୍‌ରେ ବାଇକ୍‌ ଚୋରି ସନ୍ଦେହରେ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Share