Categories: ଜାତୀୟ

ଝାଡ଼ଖଣ୍ଡରେ ୬୨% ମତଦାନ

ରାଞ୍ଚି, ୧୩ା୧୨(ପି.ଟି.):ଝାଡ଼ଖଣ୍ଡ ବିଧାନସଭା ଲାଗି ଗୁରୁବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ୬୨ ପ୍ରତିଶତ ଭୋଟଗ୍ରହଣ କରାଯାଇଥିବା ଜଣାପଡ଼ିଛି। ୮ ଜିଲାର ୧୭ ଟି ଆସନରେ ଭୋଟ ଶାନ୍ତିପୂର୍ଣ୍ଣ ରହିଥିବା ପ୍ରକାଶ। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ରାଞ୍ଚିରେ ଭୋଟ ଦେଇଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ ଖିଜ୍‌ରିରେ ମତଦାନ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶ୍‌ଓ୍ବନ୍ତ ସିହ୍ନା, ଜୟନ୍ତ ସିହ୍ନା, ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରମୁଖ ମତଦାନ କରିଥିଲେ। କେତେକ ସ୍ଥାନରେ ଇଭିଏମ୍‌ ତ୍ରୁଟି ଯୋଗୁ ଘଣ୍ଟାଏରୁ ଦେଢ଼ଘଣ୍ଟା ବିଳମ୍ବରେ ଭୋଟଗ୍ରହଣ କରାଯାଇଥିବା ସହାୟ ଅଭିଯୋଗ କରିଛନ୍ତି। ସକାଳ ୭ରୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ ଚାଲିଥିଲା। ୩୨ ମହିଳାଙ୍କ ସହ ମୋଟ ୩୦୯ ପ୍ରାର୍ଥୀ ମଇଦାନରେ ଥିବାବେଳେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବାବୁଲାଲ ମାରାଣ୍ଡି, ନୀରଜ୍‌ ଯାଦବ, ସି.ପି. ସିଂ, ସୁଦେଶ ମହାତୋ ପ୍ରମୁଖ ରହିଛନ୍ତି। ଡିସେମ୍ବର ୨୦ ସୁଦ୍ଧା ପାଞ୍ଚପର୍ଯ୍ୟାୟ ଝାଡ଼ଖଣ୍ଡ ଭୋଟ ଶେଷହେବା ପରେ ୨୩ରେ ଭୋଟଗଣତି କରାଯିବ।

Share