Categories: ଜାତୀୟ

ଝାଡ଼ଖଣ୍ଡ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମତଦାନ ହାର ୬୨.୦୩ ପ୍ରତିଶତ

ରାଞ୍ଚି,୧୨।୧୨: ଗୁରୁବାର ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟାରେ ମତଦାନ ସରିଥିବା ବେଳେ ଏହି ପର୍ଯ୍ୟାୟରେ ମତଦାନ ହାର ରହିଛି ୬୨.୦୩ ପ୍ରତିଶତ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସବୁ ବୁଥ୍‌ରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଶେଷ ହୋଇଥିବା ଜଣାପଡିଛି। ଏହି ପର୍ଯ୍ୟାୟରେ ୩୦୯ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ୨୭୭ ପୁରୁଷ ଏବଂ ୩୨ ଜଣ ମହିଳା ରହିଛନ୍ତି। ୫ଟି ବିଧାନସଭା ଆସନରେ ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିବା ବେଳେ ମାଓବାଦୀ ପ୍ରବଣ ଅଞ୍ଚଳରେ ଥିବା ୧୨ଟି ଆସନରେ ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଛି।

Share