Categories: ଜାତୀୟ

ଝାଡ଼ଖଣ୍ଡ ନିର୍ବାଚନ: ୫୨ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୧।୧୧(ପି.ଟି.): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଭାଜପା ରବିବାର ପ୍ରଥମ ପର୍ଯ୍ୟାୟରେ ୫୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛିି। ଭାଜପା ପୁଣି ଥରେ କ୍ଷମତାରେ ରହିବା ପାଇଁ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷରେ ଏଥର ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବା ଲାଗି କଂଗ୍ରେସ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଆସନଗୁଡିକ ଲାଗି ମୁଖ୍ୟତଃ ଭାଜପା ତା’ର ପ୍ରାର୍ଥୀ ଘୋଷଣା କରିଥିବା ଦଳର କାର୍ଯ୍ୟାକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି। ଅନ୍ୟ ୪ ପର୍ଯ୍ୟାୟ ପାଇଁ ମଧ୍ୟ କେତେଜଣଙ୍କ ନାଁ ପ୍ରକାଶ କରାଯାଇଛି । ଝାଡ଼ଖଣ୍ଡରେ ନଭେମ୍ବର ୩୦ରୁ ୫ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଡିସେମ୍ବର ୨୩ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Share