Categories: ଜାତୀୟ

ଝାଡ଼ଖଣ୍ଡ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ

ରାଞ୍ଚତ୍,୨୯।୧୧: ପ୍ରଥମ ପର୍ଯ୍ୟାୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ପାଲାମୌ, ଗୁମ୍‌ଲା, ଗରଓ୍ବା ଏବଂ ଲାଟେହାର ସମେତ ୧୩ଟି ଆସନରେ ଶନିବାର ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଚାରର ଶେଷ ଦିନରେ ସବୁ ଦଳର ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଉଦ୍ୟମ କରିଥିଲେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଛତ୍ରା ଏବଂ ଗରଓ୍ବାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିବାବେଳେ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ, ଝାଡଖଣ୍ଡ ବିକାଶ ମୋର୍ଚ୍ଚା ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି ଏବଂ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍‌ ୟୁନିୟନ ମୁଖ୍ୟ ସୁଦେଶ କୁମାର ମାହତୋ ବିଭିନ୍ନ ନିର୍ବାଚନୀ ର଼୍ୟାଲିରେ ଉଦ୍‌ବୋଧନ ଦେଇଥିଲେ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଗୁରୁବାର ଥିଲା ଶେଷଦିନ। ନାମାଙ୍କନ ଯାଞ୍ଚ ପରେ ପ୍ରତିଦ୍ୱନ୍ଦ୍ୱିତାରେ ୩୧୪ ପ୍ରାର୍ଥୀ ରହିଛନ୍ତି। ଏହି ପର୍ଯ୍ୟାୟରେ ୮ ଜିଲାର ୧୭ ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ କରାଯିବ।

Share