Categories: ଜାତୀୟ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ମତଦାନ ଅଧିକାର ସାବ୍ୟସ୍ତ କରିବେ ୪୭ ଲକ୍ଷ ୮୫ ହଜାର ଭୋଟର

ରାଞ୍ଚି,୧୫।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ୪୭ ଲକ୍ଷ ୮୫ ହଜାର ୯ଜଣ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୨୫ ଲକ୍ଷ ୪୦ ହଜାର ୭୯୪ ପୁରୁଷ ଭୋଟର ଥିବାବେଳେ ୨୨ ଲକ୍ଷ ୪୪ ହଜାର ୧୩୪ ମହିଳା ଭୋଟର ଅଛନ୍ତି। ସେହିପରି ୮୧ ଜଣ କିନ୍ନରଙ୍କ ନାମ ଭୋଟର ତାଲିକାରେ ରହିଛି। ଏହି ପର୍ଯ୍ୟାୟରେ ୯୫ ହଜାର ୭୯୫ ଜଣ ନୂଆ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହେବ। ଅବାଧ ଓ ଶାନ୍ତିପୂର୍ଣ୍ଣ ମତଦାନ ଲାଗି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ପର୍ଯ୍ୟାୟରେ ୧୫ଟି ବିଧାନସଭା ଆସନ ପାଇଁ ମତଦାନ କରାଯାଉଥିବାବେଳେ ମଇଦାନରେ ୨୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Share