Categories: ଜାତୀୟ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ ଗଣତି: କଂଗ୍ରେସ ମେଣ୍ଟ ଆଗୁଆ

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ ଗଣତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ସକାଳ ୮ଟାରୁ ୨୪ ଜିଲା ମୁଖ୍ୟାଳୟରେ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣତିରେ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ୮୧ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ମେଣ୍ଟ ୩୩ରୁ ଅଧିକ ଆସନରେ ଆଗୁଆଥିବାବେଳେ ଭାଜପା ୩୩ ଏବଂ ଅନ୍ୟ ଦଳ ୭ରେ ଆଗୁଆ ରହିଛନ୍ତି। ବିଧାନସଭାରେ ବହୁମତ ହାସଲ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ତେବେ କଂଗ୍ରେସ ମେଣ୍ଟ ସହଜରେ ମ୍ୟାଜିକ୍‌ ନମ୍ବର ହାତେଇବ ବୋଲି କୁହାଯାଉଛି।

Share