Categories: ଜାତୀୟ

ଝାଡ଼ଖଣ୍ଡ: ୪ର୍ଥ ପର୍ଯ୍ୟାୟରେ ୬୨% ମତଦାନ

ରାଞ୍ଚତ୍,୧୭ା୧୨(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡରେ ସୋମବାର ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ଭୋଟରେ ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ଦେଓଘର, ଗିରିଡିହ, ବୋକାରୋ ଏବଂ ଧାନବାଦ ଜିଲାର ୧୫ ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। ପ୍ରବଳ ଥଣ୍ଡା ସାଙ୍ଗକୁ ମାଓବାଦୀମାନଙ୍କ ଭୋଟ ବର୍ଜନ ଆହ୍ବାନ ସତ୍ତ୍ୱେ ବହୁସଂଖ୍ୟାରେ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ଏହି ପର୍ଯ୍ୟାୟରେ ୨୩ ମହିଳାଙ୍କ ସମେତ ୨୨୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ମୋଟ ୪୭,୮୧,୪୨୨ ଭୋଟର ୬୧୦୧ଟି ଭୋଟକେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିଥିଲେ। ସେଥିରୁ ମାଓ ପ୍ରଭାବିତ ଅଞ୍ଚଳର ୫୮୭ଟି ବୁଥ୍‌ ଅତି ସମ୍ବେଦନଶୀଳ ଓ ୪୦୫ଟି ସମ୍ବେଦନଶୀଳ ଥିବାବେଳେ ଅଣମାଓବାଦୀ ଅଞ୍ଚଳରେ ୫୪୬ଟି ବୁଥ୍‌ ଅତି ସମ୍ବେଦନଶୀଳ ଚିହ୍ନଟ କରାଯାଇ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୯ଟି ଆସନରେ ଭାଜପା ସହ କଂଗ୍ରେସ-ଜେଏମ୍‌ଏମ୍‌-ଆର୍‌ଜେଡି ମେଣ୍ଟର ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାବେଳେ ଅନ୍ୟ ୬ଟିରେ ତ୍ରିମୁଖୀ ଲଢ଼େଇ ହୋଇଥିଲା।

Share