ଝାଡାବାନ୍ତିରେ ୬ ଛାତ୍ରୀ ଆକ୍ରାନ୍ତ

ନବରଙ୍ଗପୁର,୨୦ା୧୧(ବି.ପ୍ର): ନବରଙ୍ଗପୁର ବ୍ଲକ ବାସିନି ଞ୍ଚାୟତ ଅଧୀନ ବେତାଳ ଗାଁ ଆଶ୍ରମ ବିଦ୍ୟାଳୟର ୬ ଛାତ୍ରୀ ଝାଡାବାନ୍ତିିରେ ଆକ୍ରାନ୍ତ ହୋଇଛନ୍ତି। ୨ ଛାତ୍ରୀ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ବେଳେ ୪ ଛାତ୍ରୀ ସୁସ୍ଥ ହୋଇ ଫେରିଛନ୍ତି। ମଙ୍ଗଳବାର ରାତିରେ ଭାତ,ଡାଲି ଓ ତରକାରୀ ଖାଇ ଛାତ୍ରୀମାନେ ଶୋଇଥିଲେ। ତେବେ ୬ ଛାତ୍ରୀ ଜାମ୍ବବତୀ ଭତ୍ରା,ଶୁଭଦ୍ରା ଭତ୍ରା, ଜାନକି ଜାନୀ, ପ୍ରମିଳା ଭତ୍ରା, ସୁବର୍ଣ୍ଣ ଭତ୍ରା ଓ ଦେବକୀ ଭତ୍ରାଙ୍କୁ ଝାଡାବାନ୍ତି ହୋଇଥିଲା। ବିଦ୍ୟାଳୟ ପକ୍ଷରୁ ଛାତ୍ରୀମାନଙ୍କୁ ତୁରନ୍ତ ନବରଙ୍ଗପୁର ଜିଲା ସଦର ମହକୁମା ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଇଥିଲା। ଜାମ୍ବବତୀ ଓ ଶୁଭଦ୍ରା ଏବେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି। ଜାନକି ଜାନୀ, ପ୍ରମିଳା ଭତ୍ରା, ସୁବର୍ଣ୍ଣ ଭତ୍ରା ଓ ଦେବକୀ ଭତ୍ରା ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି।

Share