ଝାଡୁ ପାହାରରେ ହାତ-ପଦ୍ମ ଘାଇଲା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପୁଣି ଥରେ ଶାସନ ଡୋରି ଧରିବା ନିଶ୍ଚିତ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ୱରେ ଦଳ ପୁଣି ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଯାଉଛି। ଏଏପି ୫୮ ଆସନରେ ଆଗୁଆ ଥିବାବେଳେ ଭାଜପା ୧୨ରେ ଆଗେଇଛି। ସେହିପରି କଂଗ୍ରେସର ଗତ ବର୍ଷ ସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନାହିଁ। ରାଜ୍ୟରେ ଝାଡୁ ପାହାରରେ ହାତ ଏବଂ ପଦ୍ମ ଘାଇଲା ହୋଇଯାଇଛନ୍ତି। ଭାଜପା ପକ୍ଷରୁ ବହୁ ଉଦ୍ୟମ ହୋଇଥିଲେ ମଧ୍ୟ ଶେଷରେ ତାହା କେଜରିଓ୍ବାଲଙ୍କ ଆଗରେ ପାଣି ଫୋଟକା ପରି ଉଭେଇ ଯାଇଛି। ଏହାର ପ୍ରଭାବ ଭାଜପାର ରାଜନୈତିକ ସ୍ଥିତି ଉପରେ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share