ଝାଡେଶ୍ୱର ମହେଶଙ୍କ ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼

ଆନନ୍ଦପୁର,୫। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଝାଡ଼େଶ୍ୱର ମନ୍ଦିର ପରିସରରେ ବୋଲଭମ୍‌ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରାବଣ ମାସର ତୃତୀୟ ସୋମବାର କାଉଡ଼ିଆମାନେ ଝାଡ଼େଶ୍ୱର ମହେଶଙ୍କ ନିକଟରେ ଜଳଲାଗି କରିଥିଲେ। ନିଜର ମାନସିକ ପୂରଣ ପାଇଁ କାଉଡ଼ିଆମାନେ ବହୁ ଦୂର ଦୂରାନ୍ତରୁ ଚାଲି ଚାଲି ଆସି ଝାଡ଼େଶ୍ୱରଙ୍କ ପୀଠରେ ପୂଜାର୍ଚ୍ଚନାକରି ଜଳଲାଗି କରିଛନ୍ତି। ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଭାବରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share