ଝାଡ଼ଖଣ୍ଡରୁ ଆସିଥିବା ପର୍ଯ୍ୟଟକ ଅଜଣା ଗାଡ଼ି ଧକ୍କାରେ ଗୁରୁତର

କୋଣାର୍କ, ୧୧।୩(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ଅର୍ବାନ ହାଟ ସମ୍ମୁଖରେ ବୁଧବାର ସକାଳେ ଏକ ଅଜଣା କାର ଧକ୍କାରେ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେ ହେଲେ ରାକି ପଣ୍ଡିତ(୬୦)। ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ଗୋପ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ତେବେ ରାକି ଝାଡ଼ଖଣ୍ଡରୁ କୋଣାର୍କ ବୁଲିବାକୁ ଆସିଥିବା ଜଣାପଡ଼ିଛି।