ଝାରସୁଗୁଡ଼ାରୁ ଆଉ ୨ ସହରକୁ ଉଡ଼ିବ ବିମାନ

ଝାରସୁଗୁଡ଼ା,୧୧।୯(ଡି.ଏନ୍‌.ଏ.): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଉ ୨ଟି ନୂଆ ସହରକୁ ବିମାନ ଉଡିବ। ଏ ନେଇ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।
ବୁଧବାର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚନ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ବସିଥିଲା। ଏହି ବୈଠକରେ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଛି। ମାତ୍ର କେବେଠାରୁ ଏବଂ କେଉଁ ସମୟରେ ଏହି ୨ଟି ବିମାନ ଉଡ଼ାଣ କରିବ ସେ ନେଇ ତାରିଖ ଓ ସମୟ ନିର୍ଦ୍ଧାରଣ କରାଯାଇ ନାହିଁ। ପୂର୍ବରୁ ଝାରସୁଗୁଡ଼ାକୁ ୫ଟି ସହରରୁ ବିମାନ ଚଳାଚଳ କରୁଛି। ଏହି ବୈଠକରେ ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପ ରନଓ୍ବେ ଚଉଡ଼ା କରିବା କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଜୟପୁର ଏୟାରଷ୍ଟ୍ରିପ କାମ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର ସରିଥିବା ମୁଖ୍ୟ ଶାସନ ସଚିବ ତ୍ରିପାଠୀ ସୂଚନା ଦେଇଛନ୍ତି।

Share