ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିଲା ପ୍ରଥମ ବିମାନ

ଝାରସୁଗୁଡ଼ା ଅଫିସ/ଲଖନପୁର,୩୧।୧(ଡି.ଏନ୍‌.ଏ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଶୁକ୍ରବାର ଏଲାୟନ୍ସ ଏୟାର୍‌ ଏଟିଆର୍‌ ୭୨ ବିମାନ ଭାୟା ଭୁବନେଶ୍ବର ଦେଇ ବାରାଣସୀକୁ ପ୍ରଥମ କରି ଉଡ଼ାଣ କରିଛି । ଏହି ବିମାନ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରୁ ୧୦ଟା ୪୫ ମିନିଟ୍‌ରେ ଉଡାଣ କରି ୧୧ଟା ୩୦ ମିନିଟ୍‌ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା।
ପୁଣି ଭୁବନେଶ୍ବରରୁ ୧୨ଟା ୧୫ରେ ବାରାଣସୀ ଅଭିମୁଖେ ଉଡାଣ କରିଥିଲା । ପ୍ରଥମ ଦିନରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ସିଧାସଳଖ ବାରାଣସୀକୁ କୌଣସି ଯାତ୍ରୀ ଯାଇ ନ ଥିଲେ । ମାତ୍ର ଭୁବନେଶ୍ବରରୁ ବାରାଣସୀକୁ ୩୬ ଜଣ ଯାତ୍ରୀ ବିମାନରେ ଯାତ୍ରା କରିଥିବା ଜଣାପଡ଼ିଛି।

 

 

 

Share