ଝାରସୁଗୁଡ଼ାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୮

ଝାରସୁଗୁଡ଼ା ଅଫିସ,୧୫।୬: ଝାରସୁଗୁଡାରେ ସୋମବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇଥିବା ବେଳେ ୯ ଜଣ ଚିକତ୍କାଧୀନ ଅଛନ୍ତି। ଏ ନେଇ ଜିଲାପାଳ ସରୋଜ କୁମାର ସାମଲ ଟୁଇଟ୍‌କରି ସୂଚନା ଦେଇଛନ୍ତି।
ତେବେ ନୂଆ ଆକ୍ରାନ୍ତ ଜଣେ ମହିଳା। ସେ ଗତ ୬ ତାରିଖରେ ଗୁରଗାଓଁରୁ ଦିଲ୍ଲୀ ଦେଇ ଭୁବନେଶ୍ୱର ଓ ପରେ ଝାରସୁଗୁଡା ଜିଲା ବ୍ରଜରାଜନଗରରେ ପହଞ୍ଚିଥିଲେ। ପରେ ସେ ହୋମ୍‌ କ୍ୱାରାଣ୍ଟାଇନରେ ଥିଲେ।