ଝାରସୁଗୁଡ଼ାରେ ନବ, ବ୍ରଜରାଜନଗରରେ କିଶୋର ଆଗୁଆ

ଲଖନପୁର,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗରେ ଅଛନ୍ତି। ନବ ୪୧୫୨୫ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଦୀନେଶ ଜୈନ ୨୪୩୫୮ ଭୋଟ ପାଇଛନ୍ତି। ସେହିପରି ବ୍ରଜରାଜନଗର ବିଧାନସଭା ଆସନରେ ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର କିଶୋର ମହାନ୍ତି ଆଗରେ ଅଛନ୍ତି। କିଶୋର ୨୪୭୭୮ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ରାଧାରାଣୀ ପଣ୍ଡା ୨୦୩୩୫ ଭୋଟ ପାଇଛନ୍ତି।

Share