ଝାରସୁଗୁଡ଼ା ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେଲେ ରାହୁଲ ପି. ଆର୍‌: କରୋନା ମୁକାବିଲାକୁ ଦେବେ ପ୍ରାଥମିକତା

ଝାରସୁଗୁଡା ଅଫିସ,୩୦।୪- ୨୦୧୩ ବ୍ୟାଚ୍‌ର ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଫିସର ରାହୁଲ ପି.ଆର୍‌ ଝାରସୁଗୁଡ଼ା ଜିଲା ଏସ୍‌ପି ଭାବେ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଝାରସୁଗୁଡ଼ା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ଅଶ୍ୱିନୀ କୁମାର ମହାନ୍ତିଙ୍କଠାରୁ ସେ ଏହି କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

କାର୍ଯ୍ୟଭାର ସମ୍ଭାଳିବା ପରେ ନୂତନ ଏସ୍‌ପି ଝାରସୁଗୁଡା ଜିଲାରେ କରୋନା ମୁକାବିଲା କାର୍ଯ୍ୟକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସେହିପରି ଜିଲାରେ ପୋଲିସ ସେବା ସମସ୍ତଙ୍କୁ ଯେମିତି ମିଳିବ, ତାକୁ ମଧ୍ୟ ପ୍ରାଥମିକତା ଦେବେ ବୋଲି ମଧ୍ୟ କହିଛନ୍ତି।

ସୂଚନା ଯୋଗ୍ୟ, ରାହୁଲ ଏହା ପୂର୍ବରୁ ଏସ୍‌ଟିଏଫ୍‌ (ସ୍ପେଶିଆଲ ଟାସ୍କଫୋର୍ସ)ଅପରାଧ ଅନୁସନ୍ଧାନ ବିଭାଗ(ସିଆଇଡି) କ୍ରାଇମବ୍ରାଞ୍ଚ(ସିବି)ର ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ ।

Share