ଝାରସୁଗୁଡ଼ା ଜିଲାପାଳ ନିଲମ୍ବିତ

କଟକ ଅଫିସ/ଝାରସୁଗୁଡ଼ା ଅଫିସ, ୧୪।୮: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଝାରସୁଗୁଡ଼ା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏ ଏଡିଏମ୍‌ ପ୍ରଦୀପ ସାହୁ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ହାଇକୋର୍ଟଙ୍କ ଆଦେଶ ଉଲଘଂନ କରିଥିବାରୁ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି। ସେ ଏକ ଅବକାରୀ ମାମଲାରେ ନିର୍ଦ୍ଦେଶ ନ ଥାଇ ମଦ ଦୋକାନର ଲାଇସେନ୍ସ ବାତିଲ କରିଥିଲେ।

Share