ଝାରସୁଗୁଡ଼ା ଡହଲଡେରା ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ ଜୋନ

ଝାରସୁଗୁଡା ଅଫିସ,୧୮।୫: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କୁଡ଼ାଲୋଇ ଅଧୀନ ଡହଲଡ଼େରା ଅଞ୍ଚଳର ଜଣେ ୪୦ ବର୍ଷିୟା ମହିଳା କରୋନା ପଜିଟିଭ ଥିବା ଗତ ୩ ତାରିଖରେ ଜଣାପଡିଥିଲା । ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳଭାବେ ଘୋଷଣା କରାଯାଇଥିଲା। ତେବେ ସଂପୃକ୍ତ ମହିଳା ଗତ ୧୧ ତାରିଖରେ ସୁସ୍ଥ ହୋଇ ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ନମୁନା ନେଗେଟିଭ ଆସିଛି। ଏହାପରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଉପରୋକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍‌ ହଟାଯାଇଛି। ଏ ନେଇ ଜିଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ବିଡିଓ: ସମସ୍ୟା ବୁଝିଲେ, ସମାଧାନର ପ୍ରତିଶୃତି ଦେଲେ

ରାଇକିଆ,୧୫।୩(ପ୍ରଦୀପ ବେହେରା): ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟର ଡାଙ୍ଗିସି ଗ୍ରାମକୁ। ଜଙ୍ଗଲ...

ତେଜରାତି ଦୋକାନରେ ବିଦେଶୀ ମଦ ରଖି ବିକୁଥିଲେ, ଧରିଲା ପୋଲିସ

ବନ୍ତଳା,୧୫।୩ : ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ଢିପ ସାହିରେ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି। ମିଳିଥିବା...

ଶୁଦ୍ଧିକ୍ରିୟା ପାଇଁ ଯାଉଥିବାବେଳେ ଆଖିବୁଜିଲେ ଗୋଟିଏ ପରିବାରର ୩ ସଦସ୍ୟ : ମା’,ବାପା ପୁଅ ମୃତ

କେନ୍ଦୁଝର,୧୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ହୋଲି ଧୁମଧାମରେ ପାଳନ ହୋଇଥିବା ବେଳେ କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣାଘଟିଛି। ଶନିବାର ସକାଳେ ଚମ୍ପୁଆ...

ସ୍ତ୍ରୀଙ୍କୁ ମାରି ରାତିସାରା ମୃତଦେହ ପାଖରେ ଜଗି ରହିଲେ ସ୍ବାମୀ

ବାରିପଦା,୧୫।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ନିତିଦିନ ନରହତ୍ୟା ଘଟଣା ଜିଲାବାସୀଙ୍କୁ ବ୍ୟଥିତ କରିଛି । ଶୁକ୍ରବାର ଦିନବେଳା ବାରିପଦା ସହରରେ ଘରେ ପଶି ନିର୍ମମ...

ହାଇୱା ଧକ୍କାରେ ଜଣଙ୍କ ମୃତ୍ୟୁ: ବୁଝାସୁଝା ପରେ ହଟିଲା ରାଜପଥ ଅବରୋଧ

ଢେଙ୍କାନାଳ,୧୫।୩(ରତନ ନାୟାର): ଢେଙ୍କାନାଳ ସହର ମହିଷାପାଟ ଛକ ନିକଟସ୍ଥ ଇଡକୋ ଟାୱାର ସମ୍ମୁଖସ୍ଥିତ ୫୫ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଲି...

୧୮ରୁ ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରା: ପ୍ରସ୍ତୁତି ଅନୁଧ୍ୟାନ କଲେ ଜିଲାପାଳ, ମନ୍ଦିରକୁ ଯିବା ପାଇଁ ଚାଲିବ ସ୍ବତନ୍ତ୍ର ବସ୍‌

ଛତ୍ରପୁର, ୧୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରସିଦ୍ଧ ଇଷ୍ଚଦେବୀ ମା’ ତାରାତାରିଣୀଙ୍କ ହେବାକୁ ଥିବା ଚୈତ୍ର ଯାତ୍ରାର ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।...

ଦୁର୍ବୃତ୍ତଙ୍କ ଟଣାଓଟରାରେ ଚଳନ୍ତା ସ୍କୁଟିରୁ ପଡିଲେ ଦମ୍ପତି, ପରେ ଲୁଟି ନେଇ…

ବୈଶିଙ୍ଗା,୧୫।୩:(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ହାତୀଝୁରି ଛକରେ ସ୍ପଷ୍ଟ ଦିବାଲୋକରେ ଛିନତାଇ ହୋଇଛି। ଏହି ଘଟଣାରେ...

ପାଳନ ହେଲା ବସନ୍ତ ଉତ୍ସବ

  କୋରାପୁଟ,୧୪।୩(ଅମିତାଭ ବେହେରା): ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳନ ହେଲା ବସନ୍ତ ଉତ୍ସବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀ-ଛାତ୍ରମାନେ ରଙ୍ଗର ପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image