Advertisement

ଝାରସୁଗୁଡ଼ା ଡହଲଡେରା ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ ଜୋନ

ଝାରସୁଗୁଡା ଅଫିସ,୧୮।୫: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କୁଡ଼ାଲୋଇ ଅଧୀନ ଡହଲଡ଼େରା ଅଞ୍ଚଳର ଜଣେ ୪୦ ବର୍ଷିୟା ମହିଳା କରୋନା ପଜିଟିଭ ଥିବା ଗତ ୩ ତାରିଖରେ ଜଣାପଡିଥିଲା । ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳଭାବେ ଘୋଷଣା କରାଯାଇଥିଲା। ତେବେ ସଂପୃକ୍ତ ମହିଳା ଗତ ୧୧ ତାରିଖରେ ସୁସ୍ଥ ହୋଇ ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ନମୁନା ନେଗେଟିଭ ଆସିଛି। ଏହାପରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଉପରୋକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍‌ ହଟାଯାଇଛି। ଏ ନେଇ ଜିଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel