ଝାରସୁଗୁଡ଼ା, ବ୍ରଜରାଜନଗରରେ ଲକ୍‌ଡାଉନ୍‌: ରାସ୍ତାଘାଟ ଶୂନ୍‌ଶାନ, ବଜାର ଫାଙ୍କା

ଝାରସୁଗୁଡା ଅଫିସ,୨୨।୩- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ଦିନିକିଆ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏହାଛଡ଼ା ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲା ଓ ବିଭିନ୍ନ ସହର ସମେତ ଝାରସୁଗୁଡା ସହରରେ ଲକ୍‌ଡାଉନ୍‌ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପରିସ୍ଥିତିକୁ ନଜରରେ ରଖି ଝାରସୁଗୁଡା ଜିଲାପାଳ ସରୋଜ କୁମାର ସାମଲ ବ୍ରଜରାଜନଗର ମ୍ୟୁନିସିପାଲିଟି ଅଞ୍ଚଳକୁ ଲକ୍‌୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଝାରସୁଗୁଡା ଓ ବ୍ରଜରାଜନଗର ପୋରାଞ୍ଚଳ ଏକ ପ୍ରକାର ଶୂନ୍‌ଶାନ ହୋଇଯାଇଛି। ରାସ୍ତାଘାଟରେ ଗୋଟିଏ ବି ଗାଡି ମୋଟର ଚଳାଚଳ କରୁ ନ ଥିବା ବେଳେ ବଜାର ପୁରା ଫାଙ୍କା ହୋଇଯାଇଛି। ସେହିପରି ରେଲ ଷ୍ଟେଶନ ଓ ବସ୍‌ଷ୍ଟାଣ୍ଡରେ ମଧ୍ୟ ଜଣେବି ଲୋକଙ୍କୁ ଦେଖିବାକୁ ମିଳିନାହିଁ। କେବଳ ଜରୁରୀ କାଳୀନ ସେବା ବ୍ୟବସ୍ଥା ଖୋଲା ରହିଛି। ଜିଲାପାଳ ସାମଲଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲାପାଳ, ବିଡିଓ, ତହସିଲଦାର, ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସହରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Share