Advertisement

ଝାରସୁଗୁଡ଼ା ରେଲଷ୍ଟେଶନ ଟ୍ରେନ ବଗିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ପରିଚୟ ଅସ୍ପଷ୍ଟ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୦।୧୦(ଡି.ଏନ୍‌.ଏ): ଝାରସୁଗୁଡ଼ା ରେଳଷ୍ଟେଶନରେ ସଫେଇ ପାଇଁ ଛିଡ଼ା ହୋଇଥିବା ହଟିଆ ପାସେଞ୍ଜର ଟ୍ରେନ ବଗିରୁ ଗୁରୁବାର ଏକ ମୃତଦେହ ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତଦେହର ପରିଚୟ ମିଳିପାରି ନାହିଁ।
ସୂଚନାଯୋଗ୍ୟ, ହଟିଆ ପାସେଞ୍ଜର ଟ୍ରେନ ବୁଧବାର ରାତିରେ ହଟିଆରୁ ଆସି ଝାରସୁଗୁଡ଼ା ରେଳଷ୍ଟେଶନରେ ରହିଥିଲା। ପ୍ରତିଦିନ ଭଳି ଗୁରୁବାର ସକାଳେ ସଫେଇ କମଚାରୀମାନେ ଟ୍ରେନ ବଗି ଭିତର ସଫା କରୁଥିବା ବେଳେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସଫେଇ କର୍ମଚାରୀମାନେ ଷ୍ଟେଶନ ମାଷ୍ଟରଙ୍କୁ ଜଣାଇଥିଲେ। ଷ୍ଟେଶନମାଷ୍ଟର ଜିଆର୍‌ପି ଥାନା ଇନ୍ସପେକ୍ଟରଙ୍କୁ ଜଣାଇବା ପରେ ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକଙ୍କ ବୟସ ୪୦ରୁ ୪୫ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏ ନେଇ ରେଳବାଇ ପୋଲିସ ଝାରସୁଗୁଡ଼ା ଜିଆର୍‌ପି ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share