ଝାରସୁଗୁଡାରେ ଚର୍ଚ୍ଚା: ନବ ଆଉଟ୍‌, କିଶୋର ଇନ୍‌

ଝାରସୁଗୁଡା ଅଫିସ,୮।୭: ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲାରେ ମଧ୍ୟ ରାଜନୈତିକ ଆଲୋଚନା ଜୋର ଧରିଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କୁ  ସ୍ଥାନିତ କରାଯିବା ନେଇ କର୍ମୀ ମହଲରେ ଆଲୋଚନା ହେଉଛି। ତେବେ ଏ ସମ୍ପର୍କରେ ମନ୍ତ୍ରୀ ଦାସ କିମ୍ବା ବିଧାୟକ ମହାନ୍ତିଙ୍କ ମତାମତ ମିଳି ପାରିନାହିଁ। ସ୍ଥାନୀୟ ବିଜେଡି ନେତାମାନେ ମଧ୍ୟ କୌଣସି ମତାମତ ଦେବେ ନାହିଁ ବୋଲି କହିଛନ୍ତି।
ପ୍ରକାଶ ଯେ, କିଛି ଦିନ ହେବ କୋଭିଡ୍‌ କିଟ୍‌ କ୍ରୟ ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀ ଦାସ ବିବାଦୀୟ ହୋଇପଡିଛନ୍ତି ।

Share