ଝାରସୁଗୁଡାରେ ଦମ୍ପତିଙ୍କୁ କରୋନା

ଝାରସୁଗୁଡା ଅଫିସ,୧୧ା୬-ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳରୁ ଗୁରୁବାର ଆଉ ୨ କରୋନା ରୋଗୀ (ଦମ୍ପତି) ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ଜିଲାପାଳଙ୍କ ଦାୟିତ୍ୱରେ ଥିବା ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀଙ୍କ ସୂଚନା ମୁତାବକ ୫ତାରିଖ ଦିନ ଏହି ଦମ୍ପତି ମୁମ୍ବାଇରୁ ଆସିବା ପରେ ସେମାନଙ୍କୁ ବ୍ରଜରାଜନଗର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରଖାଯାଇଥିଲା। ସେମାନଙ୍କ ସ୍ବାବ ନମୁନା ପଜିଟିଭ ଆସିବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି।

Share