Categories: ଖେଳ

ଝିଅକୁ ଆଳତି କରୁଥିବା ଦେଖି ଟିଭି ଭାଙ୍ଗିଦେଇଥିଲେ ଏହି ପାକିସ୍ତାନ କ୍ରିକେଟର

କରାଚୀ,୩୦।୧୨: ପୂର୍ବତନ ପାକିସ୍ତାନ ସ୍ପିନର ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେ ଜଣ ଖେଳାଳି କନେରିଆଙ୍କ ସହ ଏକାଠି ଖାଇବା ପାଇଁ ମଧ୍ୟ କୁଣ୍ଠିତ ହେଉଥିଲେ ବୋଲି ନିକଟରେ ଏହା ଖୁଲାସା କରିଥିଲେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର। ଏହାକୁ ନେଇ ଭାରତରେ ଆଲୋଚନା ଜୋର ଧରିଛି। ଏହି ସମୟରେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ ଆଫ୍ରିଦିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ସେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କହିଥିଲେ, ମୋ ଝିଅ ଭାରତୀୟ ଟିଭି ଶୋ’ ଦେଖି ଦିନେ ଘର ଚାରିଆଡେ ବୁଲି ଆଳତି କରିବାକୁ ଲାଗିଥିଲା। ଏଥିରେ ମୁଁ ରାଗିଯାଇ ଟିଭି ଭାଙ୍ଗିଦେଖିଥିଲି ବୋଲି ଆଫ୍ରିଦି କହିଥିଲେ। ଏହି ଭିଡିଓଟି ଭାଇରାଲ ହେବା ପରେ ପାକିସ୍ତାନରେ ହିନ୍ଦୁଙ୍କ ପ୍ରତି ଥିବା ଘୃଣାଭାବର ଆଉ ଏକ ନମୁନା ବୋଲି କୁହାଯାଉଛି।

Share