ଝିଅକୁ ସତ ଜଣାଇଲେ ସୁସ୍ମିତା

ମୁମ୍ବାଇ,୪।୬: ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ସୁନ୍ଦରତା ଓ ଜିରୋ ଫିଗର ସମସ୍ତଙ୍କ ମନମୋହିଥାଏ। ଏବେ ତାଙ୍କର ବ୍ୟକ୍ତିଗତ ଜୀବନିକୁ ନେଇ ସେ ଏକ ବଡ଼ କଥା ଖୁଲାସା କରିଛନ୍ତି। ସୁସ୍ମିତା ସେନ୍‌ଙ୍କ ୨ ଝିଅ ରେନେ ଓ ଅଲିଷା। ସୁସ୍ମିତା ସେମାନଙ୍କ ସହ ଥିବା ସ୍ପେଶିଆଲ ବଣ୍ଡିଂକୁ ସବୁବେଳେ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ସୁସ୍ମିତା ତାଙ୍କର ୨ ଝିଅଙ୍କୁ ପୋଷ୍ୟ କନ୍ୟାଭାବେ ଗ୍ରହଣ କରିଛନ୍ତି। ରେନେଙ୍କୁ ୨୦୦୦ ଓ ଅଲିଷାଙ୍କୁ ୨୦୧୦ରେ ପୋଷ୍ୟ କନ୍ୟାଭାବେ ଗ୍ରହଣ କରିଥିଲେ। ଯେବେ ରେନେ ନିଜକୁ ପୋଷ୍ୟା ବୋଲି ପ୍ରଶ୍ନ କରିଥିଲେ ସୁସ୍ମିତା ତାଙ୍କର ୨ ଝିଅଙ୍କୁ ଏକ ଖେଳ ମାଧ୍ୟରେ ସତ୍ୟତା ବିଷୟରେ ଜଣାଇଥିଲେ। ସେମାନଙ୍କ ବିପକ୍ଷରେ ନିଜେ ରହି ପୋଷ୍ୟା ଓ ବାଇଲୋଜିକାଲ ବିଷୟରେ ଜଣାଇଥିଲେ। ରେନେ ନିଜକୁ ପୋଷ୍ୟା ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସୁସ୍ମିତା ହଁ କହିବା ସହ ବାୟୋଲୋଜିକାଲ ବୋରିଂ ହୋଇଥାନ୍ତି ବୋଲି କହିଥିଲେ। ତୁମେ ସ୍ପେଶିଆଲ, ‘କାରଣ ତୁମେମାନେ ହୃଦୟରୁ ଜନ୍ମ ନେଇଛ’। ଏହାପରେ ରେନେ ତାଙ୍କର ସମସ୍ତଙ୍କ ସାଙ୍ଗକୁ କୁହନ୍ତି ‘ତମେ ବାଇଲୋଜିକାଲ, ତୁମେ ବୋରିଂ’। ଖେଳ ଜରିଆରେ କରାଯାଇଥିବା ଏହି ମ୍ୟାଜିକ୍‌କୁ ନେଇ ଖୁସି ହୋଇଯାଇଥିଲେ ସୁସ୍ମିତା। ହେଲେ ରେନେ ଯେତବେଳେ ୧୬ ବର୍ଷର ହୋଇଥିଲେ ସୁସ୍ମିତା ତାଙ୍କୁ ନିଜର ପ୍ରକୃତ ମା’ ବାପାଙ୍କ ବିଷୟରେ ଜାଣିବା ପାଇଁ କୋର୍ଟ ଯାଇପାରନ୍ତି ବୋଲି କହିଥିଲେ। ସେ ତାଙ୍କୁ କୌଣସି ଭୁଲ ତଥ୍ୟ ଦେବାକୁ ବା ହୃଦୟକୁ ଭାଙ୍ଗିବାକୁ ଚାହୁଁ ନ ଥିଲେ। ସେହି ସମୟରେ ରେନେ ତାଙ୍କୁ ପଚାରିଥିଲେ ‘ତମେ ଚାହୁଁଛ କି ମୁଁ ଯାଇ ତଥ୍ୟ ସଂଗ୍ରହ କରେ’। ଏହାର ଉତ୍ତରରେ ସେ କହିଥିଲେ ଏହା ଜାଣିବା ତୁମର ଅଧିକାର। କିଛି ସମୟ ଭାବିବା ପରେ ରେନେ କହିଥିଲେ, ତାଙ୍କର ଏହା ଜାଣିବା ଦରକାର ନାହିଁ। ସୁସ୍ମିତା ଓ ତାଙ୍କର ୨ ଝିଅଙ୍କ ମଧ୍ୟରେ ଭଲ ବୁଝାମଣା ଦେଖିବାକୁ ମିଳେ।

Share