ଝିଅକୁ ହରାଇଥିବା ହୋମଗାର୍ଡଙ୍କୁ ସହାୟତା

ପିପିଲି,୩୦।୪(ଡି.ଏନ.ଏ.): ଝିଅକୁ ହରାଇବା ସତ୍ତ୍ୱେ କର୍ତ୍ତବ୍ୟକୁ ଅବହେଳା ନ କରି କାର୍ଯ୍ୟରେ ରହିଥିବା ପିପିଲି ଥାନା ଅଞ୍ଚଳରେ କାର୍ଯ୍ୟରତ ହୋମଗାର୍ଡ ଗୌରୀ ବେହେରାଙ୍କୁ ସହାୟତାର ସୁଅ ଛୁଟିଛି। ତାଙ୍କର ଏହି କାର୍ଯ୍ୟକୁ ଦେଖି ସମସ୍ତେ ପ୍ରଶଂସା କରିବା ସହ ପିପିଲି ଥାନାଧିକାରୀ ଶରତ କୁମାର ସାହୁ ୫ହଜାର ଟଙ୍କା ଓ ସମ୍ପୂର ଗ୍ରାମର ସରପଞ୍ଚ ଲକ୍ଷ୍ମଣ ମାଲିକ ୫ହଜାର ଟଙ୍କାର ଆର୍ଥତ୍କ ସହାୟତା ଦେଇଛନ୍ତି। ସୂଚନାଯୋଗ୍ୟ, ଗୌରୀଙ୍କ ୧୩ବର୍ଷର ଝିଅ କର୍କଟ ରୋଗରେ ପୀଡ଼ିତ ଥିଲେ। ଗତ ସୋମବାର ଝିଅର ମୃତ୍ୟୁ ହୋଇଯାଇଥିବା ଖବର ଜାଣିବା ପରେ ମଧ୍ୟ ନିଜ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ କାର୍ଯ୍ୟରେ ଉପସ୍ଥିତ ରହିଥିଲେ। କରୋନା ସମୟରେ ନିଜ କାର୍ଯ୍ୟକୁ ପ୍ରଥମ ଦେଖିଥିବାରୁ ସମସ୍ତ ଅଞ୍ଚଳବାସୀ ମଧ୍ୟ ପ୍ରଶଂସା କରିଛନ୍ତି।