ଝିଅପୁଅଙ୍କୁ ସମାନ ଅଧିକାର ଦେଲେ ସମାଜର ଉନ୍ନତି ଘଟିବ : ଜିଲାପାଳ

ଗଞ୍ଜାମ,୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ପ୍ରୋୟାଗୀ ଗ୍ରାମରେ ବୁଧବାର ମୋ’ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ କନ୍ୟା ହେଉଛି ଅମୂଲ୍ୟରତ୍ନ। ଝିଅପୁଅଙ୍କୁ ସମାନ ଅଧିକାର ଦେଲେ ସମାଜର ଉନ୍ନତି ଘଟିବ ବୋଲି ମତବ୍ୟକ୍ତ କରିଛନ୍ତି। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଡିଓ ଜ୍ୟୋତିଶଙ୍କର ରାଏ ଯୋଗଦେଇ ସରକାର ନାରୀ ସୁରକ୍ଷା ଏବଂ ନାରୀମାନଙ୍କ ପାଇଁ ଯେଉଁ ଯୋଜନା ପ୍ରଣୟନ କରିଛନ୍ତି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ଏହି ଅବସରରେ ଝିଅ ଜନ୍ମ ଦେଇଥିବା କାବେରୀ ପଣ୍ଡା, ସନ୍ତୋଷୀ ବେହେରା ଏବଂ ସୋନାଲି ସ୍ବାଇଁ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଛନ୍ତି। ଅଙ୍ଗନବାଡ଼ି କର୍ମୀ ମଞ୍ଜୁଲତା ଦଳାଇ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।