Categories: ଜାତୀୟ

ଝିଅବିଦା ପୂର୍ବରୁ ମତଦାନ କଲେ କନ୍ୟା

ଜୟପୁର,୨୯।୪: ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ ପାଇଁ ରାଜସ୍ଥାନର ଜଣେ କନ୍ୟା ଝିଅବିଦା ପରମ୍ପରା ପାଳନ ପୂର୍ବରୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। କନ୍ୟା ଗୁଞ୍ଜନ ବରଙ୍କ ସହିତ କୋଟା ସ୍ଥିତ ଏକ ମତଦାନ କେନ୍ଦ୍ରରେ ପହଞ୍ଚି ଶାଶୁଘର ଯିବା ପୂର୍ବରୁ ଏପରି କରିଛନ୍ତି। ଏଥିଲାଗି ସେ ବରଙ୍କଠାରୁ ଅନୁମତି ଲୋଡିଥିଲେ। ଏହା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share