Categories: ଫୁରସତ

ଝିଅମାନେ ପ୍ରେମରେ ପଡିଲେ କେମିତି ଜାଣିବେ

ଟିନ୍‌ଏଜ୍‌ ବା ଯୁବ ବୟସରେ ସାଧାରଣତଃ ପୁଅ ଝିଅମାନେ ପ୍ରେମ କରି ବସିଥାଆନ୍ତି। ହେଲେ ପ୍ରେମ ମାମଲାରେ ପୁଅଟି ପ୍ରଥମେ କେମିତି ଝିଅଟିକୁ ପ୍ରପୋଜ୍‌ କରିବେ ତାକୁ ନେଇ ପଡିଯାଇଥାଆନ୍ତି ଅଡୁଆରେ। ଅନ୍ୟପଟେ ଝିଅଟି ପ୍ରେମ କରୁଥିଲେ ମଧ୍ୟ ଏହା ଖୋଲାଖୋଲି ଭାବେ ପ୍ରକାଶ କରି ପାରି ନ ଥାଆନ୍ତି। ଯଦି କୌଣସି ଝିଅ ଜଣେ ପୁଅ ସହ ବାରମ୍ବାର କଥା ହେବାର ବାହାନା ଖୋଜୁ ଥାଆନ୍ତି ତେବେ ସେଠାରେ ଅନୁମାନ କରାଯାଏ ଯେ ଝିଅଟି ପ୍ରେମରେ ପଡିଛି। ଆଉ ଟିକେ କଥା ହେବା ପରେ ସେ କିଛି ଶୁଣିବା ପୂର୍ବରୁ ଯେଉଁ ଝିଅଟି ନିଜ ବିଷୟରେ କହିବା ଆରମ୍ଭ କରନ୍ତି ସେଠାରେ ଅନୁମାନ କରିବା ଠିକ୍‌ ହେବ ଯେ ଝିଅଟି ପ୍ରେମରେ ପଡିଛି। ଆହୁରି ମଧ୍ୟ ନିଜ ଘର, ପରିବାର, ନିଜ ପସନ୍ଦ ଏସବୁ କହିବାର ଅର୍ଥ ସେ ଯୁବକ ଜଣଙ୍କୁ ଭଲ ପାଉଛନ୍ତି ଓ ଝିଅଟି ଚାହୁଁଛି ପୁଅଟି କେବେବି ଅନ୍ୟ କୌଣସି ଯୁବତୀଙ୍କ ବିଷୟରେ କିଛି ନ ଜାଣନ୍ତୁ। ତେଣୁ ସେ ସବୁବେଳେ ଯୁବକଙ୍କ ପାଖରେ ନିଜ କଥା ହିଁ ବଖାଣି ଥାଆନ୍ତି। ଏମିତି ଝିଅମାନେ ପ୍ରେମରେ ପଡି ଥାଆନ୍ତି ବୋଲି ସହଜରେ ଅନୁମାନ କରାଯାଇପାରେ।

Share