Categories: ଖେଳ

ଝିଅର ଏହି ନାଁ ଦେଲେ ଅଜିଙ୍କେ ରାହାଣେ

ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କେ ରାହାଣେ ନିକଟରେ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳୁଥିବାବେଳେ ଅକ୍ଟୋବର ୫ରେ ରାହାଣେ ସ୍ତ୍ରୀ ରାଧିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମ୍ୟାଚ୍‌ ଶେଷ ପରେ ଝିଅକୁ ଦେଖିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ ରାହାଣେ। ସେତେବେଳେ ସସ୍ତ୍ରୀକ ଝିଅ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାର ମାସେ ପରେ ଝିଅର ଆଉ ଫଟୋ ଶେୟାର କରିବା ସହ ତା’ର ନାମକରଣ ମଧ୍ୟ କରିଛନ୍ତି। ସେ ଝିଅର ନାଁ ଆର୍ଯ୍ୟା ରଖିଛନ୍ତି। ସୂଚନାଯୋଗ୍ୟ, ୨୦୧୪ରେ ରାହାଣେ ରାଧିକାଙ୍କୁ ବିବାହ କରିଥିଲେ।

Share