ଝିଅର ଜନ୍ମଦିନ ପାଳିଲେ ଧର୍ମେନ୍ଦ୍ର-ହେମା

ମୁମ୍ବାଇ: ବଲିଉଡ ଡ୍ରିମ ଗର୍ଲ ହେମା ମାଳିନୀ ଓ ଅଭିନେତା ଧର୍ମେନ୍ଦ୍ର ଝିଅ ଆହାନାଙ୍କର ବାର୍ଥଡେ ନିଜ ପରିବାର ସହ ମୁମ୍ବାଇର ଜୁହୁ ସ୍ଥିତ ଏକ ହୋଟେଲରେ ସେଲିବ୍ରେଟ କରିଥିବା ଦେଖିବାକୁ ମିଳିଛି। ସେଲିବ୍ରେସନର କିଛି ଫଟୋକୁ ଇଶା ଦେଓଲ ସୋସିଆଲ ଆକାଉଣ୍ଟରେ ଶେୟାର କରିଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଧର୍ମେନ୍ଦ୍ର, ହେମା ମାଳିନୀ, ଆହାନା ଓ ତାଙ୍କ ସ୍ବାମୀ ବୈଭବ ଏବଂ ଇଶା ତାଙ୍କ ସ୍ବାମୀ ତଖତାନି ଓ ପିଲାମାନଙ୍କ ସହ ନଜର ଆସିଛନ୍ତି। ଆହାନା ନିଜ ପୁଅ ସହ ମିଶି ବର୍ଥଡେ କେକ୍‌ କାଟୁଥିବା ବେଳେ ସମେସ୍ତ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି। ବହୁ ସମୟରେ ଧର୍ମେନ୍ଦ୍ରଙ୍କୁ ୨ଝିଅଙ୍କ ସହ ଦେଖିବାକୁ ମିଳୁଥିବା ବେଳେ ଏମାନଙ୍କ ଭିତରେ ଭଲ ସମ୍ପର୍କ ରହିଛି।

Share