ଝିଅର ପ୍ରଥମ ଫଟୋ ଶେୟାର କଲେ ଦେବିନା-ଗୁରୁମିତ

ଅଭିନେତ୍ରୀ ଦେବିନା ବାନାର୍ଜି ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଅନେକ ଦିନ ଧରି ଗୁରୁମିତ ଏବଂ ଦେବିନା ନିଜ ଝିଅର ଫଟୋ ସୋସିଆଲ ମିଡିଆରେ ଶେୟାର କରୁ ନ ଥିଲେ। ବର୍ତ୍ତମାନ ଉଭୟ ଝିଅର ପ୍ରଥମ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେମାନଙ୍କ ଝିଅର ସୁନ୍ଦର ମୁହଁ ଦେଖିବାକୁ ମିଳିଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଦେଖି ଅନେକ ୟୁଜର୍ସ ପ୍ରତିକ୍ରିୟା ରଖୁଛନ୍ତି। କେହିକେହି ଝିଅକୁ ଏଞ୍ଜଲ ଏବଂ କ୍ୟୁଟ କହୁଛନ୍ତି। ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ ଝିଅର ଫଟୋ ଉପରେ କମେଣ୍ଟ ଦେଇ ବହୁତ କ୍ୟୁଟ ବୋଲି ଲେଖିଛନ୍ତି। ଏହା ସହିତ ହୃଦୟର ଇମୋଜି ମଧ୍ୟ ଦେଇଛନ୍ତି।

Share