Categories: ଖେଳ

ଝିଅର ପ୍ରଥମ ଫଟୋ ଶେୟାର କଲେ ରାହାଣେ

ନୂଆଦିଲ୍ଲୀ,୭।୧୦: ନିକଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କେ ରାହାଣେ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରାଧିକା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହାଣେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ ଖେଳିବାରେ ବ୍ୟସ୍ତ ଥିବାବେଳେ ତାଙ୍କ ପାଖରେ ଏ ସୁସମ୍ବାଦ ପହଞ୍ଚିଥିଲା। ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହେବା ପରେ ଝିଅକୁ ଭେଟି ପ୍ରଥମଥର ପାଇଁ ଝିଅ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଛନ୍ତି ରାହାଣେ। ରାଧିକା ହେଉଛନ୍ତି ରାହଣେଙ୍କ ପିଲା ବେଳର ସାଙ୍ଗ। ୨୦୧୪ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବାପା ହେବାପରେ ରାହାଣେଙ୍କୁ ଭାରତୀୟ ଖେଳାଳି ହରଭଜନ ସିଂହ ହିଁ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ। ରାହାଣେଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି, ହରଭଜନ ସିଂହ, ରୋହିତ ଶର୍ମା, ସୁରେଶ ରାଇନା ଓ ହନୁମା ବିହାରୀ ମଧ୍ୟ କନ୍ୟା ସନ୍ତାନର ବାପା ହୋଇଥିଲେ।

Share