ଲକ୍ଷ୍ନୌ, ୧୬।୫: ଉତ୍ତର ପ୍ରଦେଶର ଶାହଜାହଁପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୫ବର୍ଷୀୟ ଝିଅ ପାଠପଢା ଜାରି ରଖିବାକୁ କହିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡି ଦେଇଛନ୍ତି ପିତା। ସୌଭାଗ୍ୟବଶତଃ ଝିଅକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶାହଜାହଁପୁରରେ ରହୁଥିବା ଉକ୍ତ ଝିଅଟିର ବିବାହ ପରିବାର ଲୋକେ କରିବାଦେବାକୁ ଚାହୁଁଥିଲେ। କିନ୍ତୁ ଝିଅଟି ଆଗକୁ ପାଠପଢିବାକୁ ଜିଦ୍ ଧରି ବଶିଥିଲେ। ଘଟଣାଦିନ ତାଙ୍କ ଭାଇ ଏବଂ ପିତା ତାଙ୍କୁ ଏକ କେନାଲ ପାଖକୁ ନେଇ ମୁହଁ ବାନ୍ଧି ବେଲ୍ଟରେ ପିଟିବା ସହ କେନାଲକୁ ଫୋପାଡି ଦେଇଥିଲେ।କିଛି ଲୋକଙ୍କ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବୋଲି ପୀଡତାଙ୍କ ଭିଣୋଇ ପୋଲିସରେ ଅଭିଯୁକ୍ତ ପିତା ଏବଂ ଭାଇଙ୍କ ନାଁରେ ଏତଲା ଦେଇଛନ୍ତି।