ଝିଅ ପାଇଁ ଦ୍ୱାର ବନ୍ଦ କରିଦେଲେ ସଞ୍ଜୟ!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ କେବେ ବି ତାଙ୍କ ପର୍ସନାଲ ଲାଇଫକୁ ନେଇ କିଛି ଚର୍ଚ୍ଚା କରିବା ନଜର ଆସିନାହିଁ। ସେ ସବୁବେଳେ ଏହାଠାରୁ ଦୂରେଇ ରହିଥାଆନ୍ତି। ତେବେ ତାଙ୍କ ଝିଅ ତ୍ରିଶଳା ଜନ୍ମରୁ ହିଁ ଆଇଅଜାଙ୍କ ସହ ମିଶି ଆମେରିକାରେ ରହି ଆସୁଛନ୍ତି। ଏବେ କିନ୍ତୁ ଆଲୋଚନା ହେଉଥିଲା କି ସଞ୍ଜୟ ଓ ତ୍ରିଶାଳା ନିକଟତର ହେଉଛନ୍ତି। କିନ୍ତୁ ଏହା ଟିକେ ଭିନ୍ନ ମୋଡ ନେଉଥିବା ଦେଖାଯାଇଛି। କାରଣ ନିକଟରେ ସଞ୍ଜୟ ତାଙ୍କର ୬୦ ତମ ଜନ୍ମ ଦିନ ପାଳନ କରିଥିବା ବେଳେ ଝିଅ ତାଙ୍କୁ ଓ୍ବିଶ୍‌ ନ କରିବା ଏବେ ଚର୍ଚ୍ଚାକୁ ଆସିଛି। ତେବେ ନିକଟରେ ତ୍ରିଶଳା ସୋସିଆଲ ମିଡିଆରେ ଶେୟାର କରିଥିଲେ କି ତାଙ୍କ ପୁରୁଷ ବନ୍ଧୁଙ୍କ ମୃତ୍ୟୁ ଯୋଗୁ ସେ ଭାଙ୍ଗି ପଡିଛନ୍ତି। ଏହା ଜାଣିବା ପରେ ମଧ୍ୟ ପିତା ସଞ୍ଜୟ କୌଣସି ମତ ଦେଇ ନ ଥିବାରୁ ତ୍ରିଶଳା ଭାଙ୍ଗି ପଡିଥିବା ବେଳେ ସଞ୍ଜୟଙ୍କଠାରୁ ଦୂରେଇ ଯାଇଥିବା କୁହାଯାଉଛି। ସେଥିପାଇଁ ସେ ପିତାଙ୍କ ଜନ୍ମ ଦିନରେ କୌଣସି ଓ୍ବିସ କରି ନ ଥିବା ଆଲୋଚନା ହେଉଛି। ଏସବୁକୁ ଦେଖି ଏବେ ଶୁଣିବାକୁ ମିଳୁଛି କି ସଞ୍ଜୟ ବୋଧହୁଏ ତ୍ରିଶଳାଙ୍କ ପାଇଁ ସବୁଦିନ ତାଙ୍କ ଘରର କବାଟ ବନ୍ଦ କରି ଦେଇଛନ୍ତି।

Share