ଝିଅ ବାହାଘର ପରେ କର୍ମଚାରୀଙ୍କୁ ଦେଲେ ୨ଲକ୍ଷ ଟଙ୍କାର ଉପହାର

ଅମରପାଲି,୧୯ା୧୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ମୁର୍ଷୁଣ୍ଢି ଗ୍ରାମର ବିଶିଷ୍ଟ ବ୍ୟବସାୟୀ କୁଶ କୁମାର ସାହୁଙ୍କ ଝିଅ ଶତାଦ୍ଦୀର ବାହାଘର ସରିଛି। ବାହାଘର ପରେ ସେ ତାଙ୍କ ପାଖରେ ୫ବର୍ଷରୁ ଊର୍ଦ୍ଧ୍ୱ ସମୟ କାମ କରୁଥିବା ୧୨ଜଣ କର୍ମଚାରୀଙ୍କୁ ୨ଲକ୍ଷ ଟଙ୍କାର ଏସ୍‌ବିଆଇ ପଲିସି ଉପହାର ଦେଇଛନ୍ତି। ଏଥିସହିତ ସମସ୍ତ କର୍ମଚାରୀଙ୍କୁ ନୂତନ ପୋଷାକ ପ୍ରଦାନ କରିଛନ୍ତି। କର୍ମଚାରୀଙ୍କ ପ୍ରତି ତାଙ୍କର ଏଭଳି ବଦାନ୍ୟତାକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଉଛି।

Share