ଝିଅ ବାହାଘର ହେଉଛି ୫୧ ଟଙ୍କାରେ

ରାଞ୍ଚି: ହଜାର କି ଶହେ ନୁହେଁ ୫୧ ଟଙ୍କାରେ ଝିଅ ବାହାଘର ହେଉଛି ରାଞ୍ଚିର ପାହାଡି ମନ୍ଦିରରେ। ଏହି ମନ୍ଦିରରେ ପୂଜା କରିବା ବ୍ୟୟବହୁଳ ହୋଇଥିତ୍ବାବେଳେ ବାହାଘର ପୂରା କମ୍‌ ଖର୍ଚ୍ଚରେ କରାଯାଉଛି। ଅନ୍ତ୍ୟୋଦୟ ଓ ଲଲକାର୍ଡଧାରୀମାନଙ୍କୁ ଯେମିତି ସରକାରୀ ଯୋଜନାରୁ ଲାଭ ମିଳୁଛି ଠିକ ସେମିତି ପାହାଡି ମନ୍ଦିରରେ ବି ସୁବିଧା ମିଳୁଛି। ଅନ୍ତ୍ୟୋଦୟ ଓ ଲଲକାର୍ଡଧାରୀଙ୍କ ବିବାହ ଏଠାରେ ୨୦୨ ଟଙ୍କାରେ ହୋଇଯାଉଛି। ଏଥିପାଇଁ କନ୍ୟାପକ୍ଷ ୫୧ ଓ ବର ପକ୍ଷ ୧୫୧ଟଙ୍କା ସହଯୋଗ ରାଶି ଭାବେ ଦେବାକୁ ପଡୁଛି। ସାଧାରଣବର୍ଗଙ୍କ ପାଇଁ ୭୫୧ ଟଙ୍କା ଧାର୍ଯ୍ୟ କରାଯାଇଛି, ଯେଉଁଥିରେ କନ୍ୟା ପକ୍ଷ ଦିଅନ୍ତି ୨୫୧ ଟଙ୍କା। ପାହାଡି ମନ୍ଦିର ବିକାଶ ସମିତିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଝାଡ଼ଖଣ୍ଡରେ ଏଭଳି ବ୍ୟବସ୍ଥା ପ୍ରଥମେ ଆରମ୍ଭ କରାଯାଇଛି।

Share