Categories: ଖେଳ

ଝିଅ ସହ କଥା ହୋଇ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ, ହେଲେ ସଫଳ

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ର୍ନିଣ୍ଣାୟକ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ କବଜା କରିଛି। ଏହି ମ୍ୟାଚରେ ରୋହିତ ଶର୍ମା ରୋହିତ ଶର୍ମା ୩୪ଟି ବଲରେ ୭୧ ରନ ସଂଗ୍ରହ କରିଥିଲେ। ପ୍ରଥମ ଦୁଇଟି ଟି-୨୦ରେ ରୋହିତ ବ୍ୟାଟିଂରେ ଫ୍ଲପ୍‌ ଥିବାବେଳେ ତୃତୀୟ ମ୍ୟାଚରେ ସେ ଚମକି ଥିଲେ। ପ୍ରଥମ ଦୁଇଟି ମ୍ୟାଚରେ ସେ ୮ ଏବଂ ୧୫ରନ୍‌ କରିଥିଲେ। ଶେଷ ଟି-୨୦ ମ୍ୟାଚରେ ରୋହି ଲୟକୁ ଫେରିବା ପଛରେ ଏକ କାରଣ ରହିଛି। ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ ସେ ଷ୍ଟାଡିୟମରେ ଉପସ୍ଥିତ ଥିବା ଝିଅ ସମାଇରାଙ୍କ ସହ କଥା ହୋଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଝିଅ ସହ କଥା ହୋଇ ପଡିଆକୁ ଆସିବା ରୋହିତଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା ବୋଲି ୟୁଜର୍ସ ମତ ଦେଇଛନ୍ତି।

Share