Categories: ରାୟଗଡା

ଝିଙ୍କ ଶିକାରକୁ ଯାଇ ଜଣଙ୍କ ମୃତ୍ୟୁ

ମାଲକାନଗିରି,୧୪।୭(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ଝରାପାଲ୍ଲୀ ଗ୍ରାମର କେତେକ ବ୍ୟକ୍ତି ଶନିବାର ଝିଙ୍କ ଶିକାର କରିବା ପାଇଁ ନିକଟସ୍ଥ ଏକ ପାହାଡ଼କୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ନାମ ରାମଚନ୍ଦ୍ର ମାଡ଼ି। ତେବେ ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ଏବଂ କର୍ମଚାରୀମାନେ ଝରାପାଲ୍ଲୀ ଗ୍ରାମକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ଗ୍ରାମର ପୂର୍ବତନ ସରପଞ୍ଚ ବଜା ମାଡ଼କାମି, ୱାର୍ଡମେମ୍ବର ଭଗବାନ ପଡ଼ିଆମି, ଗ୍ରାମ ମୁଖିଆ ବୁଟି ମାଡ଼କାମି ଏହାକୁ ମିଥ୍ୟା ବୋଲି କହିଛନ୍ତି। ରାମଚନ୍ଦ୍ରଙ୍କ ଗାଈ ଗତ ୩ ଦିନ ଧରି ହଜି ଯାଇଥିବାବେଳେ ଖୋଜିବାକୁ ପାହାଡ଼ ଉପରକୁ ଯାଇଥିଲେ। ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ କରିଛନ୍ତି। ଏହାପରେ ମୃତ ରାମଚନ୍ଦ୍ର ନ ଫେରିବାରୁ ତାଙ୍କ ଭାଇ ସିଙ୍ଗା ପାହାଡ଼କୁ ଖୋଜିବାକୁ ଯାଇଥିବାବେଳେ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ଦେଖି ଗ୍ରାମ ଲୋକଙ୍କୁ ଖବର ଦେଇଥିଲେ ବୋଲି ବନବିଭାଗ ଅଧିକାରୀଙ୍କୁ ବୟାନ ଦେଇଛନ୍ତି। ତେବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ବନାଞ୍ଚଳ ଅଧିତ୍କାରୀ ଶ୍ରୀ ନାୟକ ପକାଶ କରିଛନ୍ତି।