Categories: ଫୁରସତ

ଝିଟିିପିଟିର ଜୀବନ ବଞ୍ଚାଇ ରାତାରାତି ଷ୍ଟାର ପାଲଟିଲେ ଏହି ବ୍ୟକ୍ତି

ଏକ ଝିଟିପିଟିର ଜୀବନ ବଞ୍ଚାଇ ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟିଛନ୍ତି ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି। ତାଙ୍କୁ ଏବେ ଚାରିଆଡୁ ବାଃ ବାଃ ମିଳିଛି। ଏହି ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଏକ ବାର୍‌ରେ ବସି ମଦ୍ୟପାନ କରୁଥିବାବେଳେ ହଠାତ୍‌ ତାଙ୍କ ଗ୍ଲାସରେ ଏକ ଝିଟିପିଟି ଗଳି ପଡିଥିଲା। ତାଙ୍କ ସହ କେହି ମଜାକ କରୁଥିବା ଭାବି ସେ ହଠାତ୍‌ ଗ୍ଲାସରୁ ଝିଟିପିଟିକୁ ବାହାରକୁ କାଢିଥିଲେ। କିନ୍ତୁ ତାହା ଜୀଅନ୍ତା ଝିଟିପିଟି ବୋଲି ସେ ଜାଣିବାକୁ ପାଇଥିଲେ। ମଦ ଗ୍ଲାସରେ ପଡିଯିବା ହେତୁ ଝିଟିପିଟି ଛଟ୍‌ପଟ୍‌ ହେଉଥିଲା। ତାହା ଦେଖି ବ୍ୟକ୍ତି ତା ମୁହଁରେ ନିଜ ମୁହଁ ଲଗାଇ ନିଶ୍ୱାସ ଦେଇଥିଲେ। ତା’ ଛାତି ଥାପୁଡାଇବାକୁ ଲାଗିଥିଲେ। ଏଭଳି ଭାବରେ ଝିଟିପିଟିର ଜୀବନ ବଞ୍ଚିଯାଇଥିଲା। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କ ମହାନ କାର୍ଯ୍ୟକୁ ୟୁଜର୍ସ ବେଶ୍‌ ପସନ୍ଦ କରିଛନ୍ତି।

Share