ଖୋର୍ଦ୍ଧା ଅଫିସ,୨୫ା୯: ଖୋର୍ଦ୍ଧା ଜିଲା ବାଣପୁର ଥାନା ଝିଣ୍ଟିକାପଲ୍ଲୀ ଗଁ। ର ଏକ ନଡ଼ିଆ ବଗିଚାରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ବାର୍ହା ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ସୁରଥ ପ୍ରଧାନ, ଅଜୟ ପରିଡା, ଲକ୍ଷ୍ମଣ ନରେନ୍ଦ୍ରସିଂହ ଓ ଅଶୋକ ନରେନ୍ଦ୍ରସିଂହ ପ୍ରମୁଖ। ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଝିଣ୍ଟିକାପଲ୍ଲୀ ଗଁ। ଟି ପାହାଡ ପାଦଦେଶରେ ଅବସ୍ଥିତ। ଏଠାରେ ବନ୍ୟ ପ୍ରାଣୀଙ୍କର ଭୟ ରହିଛି। ଗତ କିଛିମାସ ତଳେ କଣ୍ଠ ଜେନା ଭାଲୁ ଆକ୍ରମଣରେ ଆହତ ହୋଇଥିଲେ। ତେବେ ଗତବର୍ଷକୁ ଛାଡି ଦେଲେ ଏଠାରେ ବାର୍ହା ଭୟ ଲାଗି ରହିଛି। ମଙ୍ଗଳବାର ରାତିରେ ଗଁ। ର ଏକ ନଡିଆ ବଗିଚାକୁ ଏକ ବାର୍ହା ପଲ ଆସିଥିଲା। ସେଥିରୁ ଗୋଟିଏ ବାର୍ହା ରହି ଯାଇଥିଲା। ବୁଧବାର ପୂର୍ବାହ୍ନରେ ସୁରଥ ନଡିଆ ବଗିଚାକୁ ଯାଇଥିଲେ। ସୁରଥଙ୍କୁ ଦେଖି ବାର୍ହା ଆମ୍ରକଣ କରିଥିଲା। ବାର୍ହା ଆକ୍ରମଣ କରିବାରୁ ସୁରଥ ଚିତ୍କାର କରିଥିଲେ। ଚାଷ ଜମିରୁ ଫେରୁଥିବା ଅଜୟ, ଲକ୍ଷ୍ମଣ ଓ ଅଶୋକ ପ୍ରମୁଖ ଉଦ୍ଧାର କରିବାକୁ ଯାଇଥିଲେ। ସେମାନେ ବି ବାର୍ହା ଆକ୍ରମଣରେ ଆହତ ହୋଇଥିଲେ। ଏ ଘଟଣା ପ୍ରଚାରିତ ହେବା ପରେ ଗଁ। ଲୋକ ଆହତମାନଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତେବେ ବାର୍ହା ଆକ୍ରମଣରେ ଆହତମାନଙ୍କୁ ମାଗଣା ଚିକିତ୍ସା କରିବାକୁ ଦାବି ହୋଇଛି। ଅନ୍ୟପକ୍ଷେ ବନ ବିଭାଗ ପକ୍ଷରୁ ବାର୍ହାକୁ ଘଉଡାଇବା ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି।