Categories: ଜାତୀୟ

ଝିଣ୍ଟିକା ବୋଝେଇ ଟୋକେଇ ଧରି ବିଧାନସଭା ପହଞ୍ଚିଲେ ଭାଜପା ବିଧାୟକ

ଜୟପୁର,୨୪।୧: ରାଜସ୍ଥାନ ବିଧାନସଭାରେ ଶୁକ୍ରବାର ଏକ ଆଶ୍ଚର୍ଯ୍ୟକଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ବିହାରୀ ଲାଲ ନୋଖା ଶୁକ୍ରବାର ଏକ ଝିଣ୍ଟିକା ବେଝେଇ ଟୋକେଇ ଧରି ବିଧାନସଭା ଭିତରେ ପ୍ରବେଶ କରିଛନ୍ତି। ଏହାକୁ ଦେଖିବା ପରେ ଅଭିନବ ଢଙ୍ଗରେ ସେ ବିରୋଧ ପ୍ରଦର୍ଶନ କରିଛନ୍ତି ବୋଲି କୁହାଯାଉଛି। ତେବେ ଝିଣ୍ଟିକା ବୋଝେଇ ଟୋକେଇ ସହ ନୋଖା ବିଧାନସଭା ଭିତରକୁ ଯିବା ସମୟରେ କହିଛନ୍ତି, ରାଜସ୍ଥାନର କୃଷକ ଝିଣ୍ଟିକାଙ୍କ ପ୍ରାର୍ଦୁଭାବ ଯୋଗୁ ବହୁ କ୍ଷତି ସହିଲେଣି। ତେଣୁ ସରକାର ଏମାନଙ୍କୁ ସମସ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ। ସେ କହିଛନ୍ତି ଚାଷ କରାଯାଇଥିବା ପ୍ରାୟ ୭ ଲକ୍ଷ ହେକ୍ଟରର ଫସଲ ନଷ୍ଟ ହୋଇ ଯାଇଥିବାରୁ ସରକାର କୃଷକମାନଙ୍କୁ ସମ୍ପୂର୍ଣ୍ଣ କ୍ଷତି ପୂରଣ ପ୍ରଦାନ କରନ୍ତୁ। ସୂଚନାଯୋଗ୍ୟ, ଏବେ ରାଜସ୍ଥାନରେ କଂଗ୍ରେସ ସରକାର ଥିବାରୁ ଭାଜପା ଏହାକୁ ଟାର୍ଗେଟ କରିଛି ବୋଲି କୁହାଯାଉଛି।

Share