ଝି’ର ଭବିଷତ୍‌ ଚିନ୍‌ତାରେ ଦେବକୀ

ଗଣ୍ଡତୁରୁମ, ୨୧।୧୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନ ମହୁଲପାଲି ଗାଁର ବିଧବା ମହିଲା ଦେବକୀ ମୁଦୁଲି। ଆପ୍‌ନେ ଆରପାରକେ ଚାଲିଯିବାର ୩ ବଛର ବିତିଯାଇଥିଲେ ବି ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେ ଭତାର ଲାଗି ୨ ଥର ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ମହୁଲପାଲିର ସ୍ବର୍ଗତ ସୁରେନ୍ଦ୍ର ମୁଦୁଲି। ସେ ଝନେ ନିହାତି ଗରିବ୍‌ ଲୋକ୍‌ଥିଲେ। ଜମିବାଡ଼ି, ସଁପତି ବଲି କିଛି ନାଇଁ। ପରିବାର କହେଲେ ମାଏକିନା ଦେବକୀ ଆର ଗୁଟେ ବଲି ଝି’ ଚନ୍ଦ୍ରିକା। ସୁରେନ୍ଦ୍ର କୁଲିମଜୁରି କରି କୁଟୁମ ପୁଷୁଥିଲେ। ସବୁଦିନର ଲେଖେଁ ସୁରେନ୍ଦ୍ର ୨୦୧୬ ଡିସେମ୍ବର ୧୩ ତାରିଖ କାମ୍‌ କରବାକେ ଯାଇଥିଲେ। କାମ୍‌ରୁ ଫିରଲା ଉତାରୁ ତାକର ଦିହିପା ବିଗ୍‌ଡି ଯାଇଥିଲା। ଘରେ ତାକର ଛାତି ଦରଦ୍‌ ହେବାର ସଂଗେ ସେ ତଲେ ପଡ଼ିଯାଇଥିଲେ। ଏନ୍‌ତାଥି ପରିବାର ଲୋକ୍‌ ତାହାକୁ ଡାକ୍‌ତରଖାନା ନେବାର ଆଗ୍‌ରୁ ତାକର ଜୀବନ୍‌ ପଲେଇ ଯାଇଥିଲା। ହଠାତ୍‌ ସୁରେନ୍ଦ୍ର ଆରପାରକେ ଚାଲିଗଲାରୁ ଦେବକୀର ମୁଡ଼େ ଦୁଖର ପାହାଡ଼ ଛିଡ଼ିପଡ଼ିଥିଲା। ଇଆଡ଼େ ଜମିବାଡ଼ି, ସଁପତି ବଲି କିଛି ନାଇଁ। ଏନ୍‌ତାଥି ଦେବକୀକୁଁ ଦୁଇବେଲା ଦୁଇମୁଠା ଖାଏବାରଟା ଯୁଗାଡ଼ କରବାକେ ଭିଡ଼ ହେଲା। ଝି’କେ କାହାର ପାସେ ଛାଡ଼ି କୁଲି ମଜୁରି କରିଯିବେ, ତାର ଭବିଷତ୍‌ କାଣା ହେବା, ଏନ୍‌ତା ସବୁ ଭାବି ଦେବକୀ ଦିନୁଦିନ୍‌କେ ଭାଂଗି ପଡ଼ଲେ। ଇ ଦୁଖର ସମିଆରେ ସେ ଥାନୀଅ ସରପଁଚ୍‌ନୁ ବିଡିଓ ତକ୍‌ ସରକାରୀ ସାହାଯ୍‌ ଲାଗି ଆବେଦନ କଲେ। ହେଲେ ନିସାହା ମା’ଝି’କେ ୧୦ କେ.ଜି. ଚାଉଲ ଛଡ଼ା ବାକି କେହେନ୍‌ସି ସହାଯ୍‌ ନାଇଁ ମିଲ୍‌ଲା। ସେନ୍‌ତା ବିଧବା ଭତାର ଲାଗି ଦେବକୀ ୨ ଥର ଆବେଦନ କରି ନିରାଶ ହେଇଛନ୍‌। ଇଆଡ଼େ ଆପ୍‌ନେ ଚାଲିଗଲା ଉତାରୁ ପଁଚେତ୍‌ରୁ ହରିଶ୍ଚନ୍ଦ୍ର ଯୋଜନାର ସାହାଯ୍‌ ବି ନାଇଁ ମିଲିଥିବାର ଦେବକୀ କହିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଦୁଖି ମା’ଝି’ର ଉପରେ ଦୁରୁଷ୍‌ଟି ଦେଇ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।

Share