ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

କୋକସରା,୧୪।୧୨: କଳାହାଣ୍ଡି ଜିଲା କୋକସରା ବ୍ଲକର ଜଣେ ବିବାହିତ ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ବଡ଼ପଡ଼ାର ରାଜମିସ୍ତ୍ରୀ ରାମଚନ୍ଦ୍ର ବାଗ। ପାରିବାରିକ କଳହକୁ ନେଇ ରାମଚନ୍ଦ୍ର ଶୁକ୍ରବାର ରାତିରେ ବେକରେ ରଶି ଲଗାଇ ଘର ଭିତରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି।

Share