ଅହମ୍ମଦାବାଦ,୩୦।୧୦: ଗୁଜରାଟର ମୋର୍ବିରେ ଝୁଲା ପୋଲ ଭାଙ୍ଗିବା ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ସୂଚନାନୁସାରେ, ମୋର୍ବିର ମଚ୍ଛୁ ନଦୀରେ ଏକ ଝୁଲା ପୋଲ ଭାଙ୍ଗିଯାଇଛି। ଏହି ଦୁର୍ଘଟଣା ଘଟିବା ସମୟରେ ପ୍ରାୟ ୪୦୦ ଲୋକ ପୋଲ ଉପରେ ଥିଲେ। ଏହି ଘଟଣାରେ ତୁରନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।