ଟଁକା ଅଭାବୁ ଉଚଶିକ୍ଷାରୁ ବଁଚିତ ସବିତା

ଲାଠୋର, ୨୦।୧୧ (ଡି.ଏନ.ଏ.)- ସରକାର ଶିକ୍ଷାର ବିକାଶ ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଅନେକ୍‌ ଗରିବ୍‌ ଛାତ୍ରୀଛାତ୍ର କଷ୍‌ଟେମଷ୍‌ଟେ ମାଟ୍ରିକ ପାସ୍‌ କଲା ଉତାରୁ ଆଗ୍‌କେ ପଢ଼ବାର ଇଛା ଥିଲେ ବି ଅଭାବ ଅନାଟନ ଲାଗି ପଢ଼ି ନାଇଁ ପାରବାର। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍‌ ସଦରରେ।
ସୂଚନା ଅନ୍‌ସାରେ ଲାଠୋର ସଦର ଗଁାର କିଷନ ରଣା(୫୭)। ପରିବାର କହେଲେ ମାଏକିନା ନନ୍ଦ, ଝି’ ସବିତା, ଭୂମିକା ଆର ପୁଓ ଡମ୍ବରୁଧର, ବ୍ରଜକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ସଁପତି ବଲି କିଛି ନାଇଁ, ଦାଦନ ଖଟି ପେଟ୍‌ ପାଲୁଛନ୍‌। ସେନ୍‌ତା ଚଲତି ବଛର ବଡ଼ପୁଓ ଡମ୍ବରୁଧର ଦାଦନ ଖଟି ଯାଇଥିଲାବେଲେ ବାକି ପରିବାର ଲୋକ ଘରେ ଅଛନ୍‌। କିଷନ ଦାଦନ ଖଟି ପଏସେ ଦୁଇପଏସା ଅଗ୍‌ଲେଇ ଛେଲ୍‌ ୧୦ପଟ୍‌ ଘିନିଛନ୍‌। ସେ ଛେଲ୍‌ ବିକାଭଂଗା କରି ଯେନ୍‌ ଦୁଇପଏସା ପାଉଛନ୍‌ ସେଥ୍‌ରେ ତାକର ପିଲାଛୁଆ ପାଠ୍‌ ପଢ଼ୁଛନ୍‌। ହେଲେ ବଡ଼ ଝି’ ସବିତା ୨୦୧୭ ସାଲେ ମାଟ୍ରିକ ପାସ୍‌ କରିଥିଲେ ବି ଟଁକା ପଏସା ଅଭାବୁ କଲେଜ୍‌ର ମାଏଟ୍‌ ମାଡ଼ି ନାଇଁପାରବାର। ଗଲା ୩ ବଛର ହେଲା ସେ ମାଟ୍ରିକ ପାସ କରି ଘରେ ବସି ରହିଛନ୍‌। ସେନ୍‌ତା ସାନ୍‌ ଝି’ ଭୂମିକା ଏହେଦେ ନବମ ଶ୍ରେଣୀରେ ପଢ଼ୁଛନ୍‌। ସେ ଭଲ ପାଠ୍‌ ପଢ଼ୁଥିଲାବେଲେ ଚଲତି ବଛର ସୁରଭି କାଯ୍‌କରମରେ ଜିଲାରେ ପରଥମ ହେଇ ରାଏଜ୍‌ସ୍ତର କାଯ୍‌କରମରେ ଭାଗ ନେଇଥିଲେ। ହେଲେ ଘରେ ଲାଗି ରହିଥିବାର ଅଭାବ ଅନାଟନ ଲାଗି କିଷନ୍‌ ତାହାକୁ ବି ଆଗ୍‌କେ ପଢ଼େଇ ପାରବେ କି ନାଇଁ ଏବ୍‌ଠାନୁ ଚିନ୍‌ତାରେ ପଡ଼ିଥିବାର କହିଛନ୍‌। ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୩୦ କେ.ଜି. ଚାଉଲ। ପରିବାରଟା ନିହାତି ଗରିବ୍‌ ଆର ଅଭାବ ଅନାଟନରେ ଚଲୁଥିଲାବେଲେ ଆଏଜ୍‌ତକ ଭଲ ଘରଖଁଡ଼େ ନାଇଁ କରିପାରି। କୁଟୁମବସିଆ ଗୁଟେ ମାଏଟ୍‌ ଖପର ଘରେ ମୁଡ଼ ଗୁଁଜିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ କିଷନ ଗଣମାଧ୍ୟମ ଜରିଆରେ ଜିଲା ଆର ଥାନୀଅ ପରଶାସନକେ ଅଧାରୁ ପାଠ୍‌ପଢ଼ା ଛାଡ଼ିଥିବାର ଝି’ ସବିତା ଲାଗି ଉଚ ଶିକ୍ଷାର ବେବସ୍‌ତା କରବାର ସଂଗେ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗୁହାରି କରିଛନ୍‌।

Share