Advertisement

ଟଁକା ଅଭାବ, ନାଁ ଲେଖାରୁ ବଁଚିତ୍‌ ଛାତ୍ର

ଜାମଟିକ୍ରା, ୧୯।୮ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଅଧୀନ ଜାମଟିକ୍ରା ଗାଁର ଝନେ ଗରିବ୍‌ ଛାତ୍ର ଟଁକା ଅଭାବୁ କଲେଜରେ ନାଁ ଲେଖାବାରୁ ବଁଚିତ୍‌ ହେଇଥିବାର ଜନାଯାଇଛେ। ଘଟନାଟା ଅଂଚଲରେ ଗୁଟେ ଚରଚାର ବିଷେ ହେଇଛେ।
ସୂଚନା ଅନ୍‌ସାରେ ଜାମଟିକ୍ରା ଗାଁର ସ୍ବର୍ଗତ ଶ୍ରୀମୁଖ ଦଲେଇକଁର ପୁଓ ଅନନ୍ତ ଦଲେଇ(୧୬)। ଚଲତି ବଛର ସେ ମାଟ୍ରିକ ପାସ କରିଛନ୍‌, ହେଲେ ଟଁକା ପଏସା ଅଭାବୁ ସେ କଲେଜରେ ନାଁ ଲେଖାବାରୁ ବଁଚିତ୍‌ ହେଇଛନ୍‌। ଏନ୍‌ତାଥି ତାକର ଉଚ ଶିକ୍ଷା ସପନ୍‌ ଭାଂଗି ଯାଇଛେ। ବାପା ଶ୍ରୀମୁଖ ଦଲେଇ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଥିଲେ। ପରିବାର ଲୋକ୍‌ ଧାର ଉଧାର କରି ତାହାକୁ ବୁର୍ଲା ନେଇ ଚିକିଛା କରାଲେ, ହେଲେ କିଛି ଲାଭ ନାଇଁ ହେଲା। ସେ ଆରପାରକେ ଚାଲିଗଲେ। ଶ୍ରୀମୁଖ ଚାଲିଗଲା ଉତାରୁ ୨ ଛୁଆ ବାପ୍‌ ଛେଉଁଡ୍‌ ହେଇଗଲେ। ବିଧବା ମା’ ଆର ଦୁଇ ଭାଇକୁଁ ନେଇ ତାକର ପରିବାର। ସାନ ଭାଇ ଗଁା ସ୍କୁଲରେ ତୁରତିଅ ଶ୍ରେଣୀରେ ପଢ଼ୁଛେ। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି ବଲି କିଛି ନାଇଁ। କୁଲି ମଜୁରି କରି ବାପା ପରିବାର ଚଲଉଥିଲେ। ହେଲେ ସେ ଚାଲିଗଲା ଉତାରୁ ଏହେଦେ ଅନନ୍ତ ପରିବାର ଚଲାବାର ଲାଗି ପାସର ଗୁଟେ କୁକୁଡ଼ା ଫାର୍ମରେ କାମ୍‌ କରୁଛନ୍‌। କଲେଜରେ ପଢ଼ି ଗୁଟେ ସରକାରୀ ଚାକରି କରବାର ଅନନ୍ତକଁର ବହୁତ୍‌ ଇଛା, ହେଲେ ଅଭାବ ଅନାଟନ ତାକର ଇ ସପନ୍‌କେ ଭାଂଗି ଦେଇଛେ। ସରକାରୀ, ବେସରକାରୀ କି କେହେନ୍‌ସି ସହୁରୁଦ୍‌ ଲୋକ୍‌ ଯଦି ସାହାଯ୍‌ର ହାତ୍‌ ବଢ଼ାତେ ମୋର ପୁଓ କଲେଜରେ ପାଠ୍‌ ପଢ଼ବାର ସଂଗେ ଗଟେ ଭଲ ମୁନୁଷ୍‌ ହେଇପାରତା ବଲି ଅନନ୍ତକଁର ମା’ କହିଛନ୍‌।

Share